
Odisha State Board BSE Odisha 10th Class Geography Book Solutions Economy Book Solutions Chapter-2.3 ତୃତୀୟ ପାଠ: ଦାରିଦ୍ର୍ୟ Exercise, Questions and Answers |
BSE Odisha 10th Class Geography Book Solutions Economy Book Solutions Chapter-2.3 ତୃତୀୟ ପାଠ: ଦାରିଦ୍ର୍ୟ question and Answers |
BSE Odisha Class 10th Geography Economy Book Solutions Chapter-2.3 ତୃତୀୟ ପାଠ: ଦାରିଦ୍ର୍ୟ |
ତୃତୀୟ ପାଠ: ଦାରିଦ୍ର୍ୟ |
ଦଶମ ଶ୍ରେଣୀ ଅର୍ଥନୀତି — ଦ୍ୱିତୀୟ ଅଧ୍ୟାୟ: ଅର୍ଥନୈତିକ ବ୍ୟବସ୍ଥା (ତୃତୀୟ ପାଠ: ଦାରିଦ୍ର୍ୟ / Poverty)
୧. ସଂକ୍ଷେପରେ ଉତ୍ତର ଦିଅ :
🔴 (କ) ଗ୍ରାମାଞ୍ଚଳରେ ଦରିଦ୍ର ଲୋକଙ୍କ ସଂଖ୍ୟା ଅଧିକ କାହିଁକି ?
🟢 ଉତ୍ତର:
ଗ୍ରାମାଞ୍ଚଳରେ କୃଷିକାର୍ଯ୍ୟ ମୌସୁମୀ ଉପରେ ନିର୍ଭରଶୀଳ, କୃଷି ଜମିର ଆକାର କ୍ରମାଗତ ହ୍ରାସ, ଅଣ-କୃଷି ନିଯୁକ୍ତି ସୁଯୋଗର ଅଭାବ, ସ୍ୱଳ୍ପ ଉତ୍ପାଦନଶୀଳତା ଏବଂ ଜନସଂଖ୍ୟା ବୃଦ୍ଧି ଯୋଗୁଁ ଦରିଦ୍ର ଲୋକଙ୍କ ସଂଖ୍ୟା ଅଧିକ।
🔴 (ଖ) ଦାରିଦ୍ର୍ୟ କିପରି ଆକଳନ କରାଯାଏ ?
🟢 ଉତ୍ତର:
ଦୈନିକ ଖାଦ୍ୟସାର ଗ୍ରହଣ (ଗ୍ରାମାଞ୍ଚଳ ପାଇଁ ଦୈନିକ ୨୪୦୦ କ୍ୟାଲୋରୀ ଓ ସହରାଞ୍ଚଳ ପାଇଁ ୨୧୦୦ କ୍ୟାଲୋରୀ) ଏବଂ ମୁଣ୍ଡପିଛା ଦୈନିକ/ମାସିକ ସର୍ବନିମ୍ନ ବ୍ୟୟକୁ ଆଧାର କରି ଦାରିଦ୍ର୍ୟ ସୀମାରେଖା (BPL) ଦ୍ୱାରା ଦାରିଦ୍ର୍ୟ ଆକଳନ କରାଯାଏ।
🔴 (ଗ) ଭାରତରେ ଦାରିଦ୍ର୍ୟର କାରଣଗୁଡ଼ିକ କ’ଣ ?
🟢 ଉତ୍ତର:
(୧) ନିମ୍ନ ସ୍ତରର ଆୟ ଓ ସ୍ୱଳ୍ପ ମୁଣ୍ଡପିଛା ଆୟ।
(୨) ଜନସଂଖ୍ୟାର ଦ୍ରୁତ ବୃଦ୍ଧି।
(୩) ଜମି ଓ ସମ୍ପତ୍ତି ବଣ୍ଟନରେ ଅସମାନତା।
(୪) କୃଷିର ନିମ୍ନ ଉତ୍ପାଦନଶୀଳତା।
(୫) ନିଯୁକ୍ତି ସୁଯୋଗର ଅଭାବ ଓ ବେକାରୀ।
(୬) ଋଣମାତ୍ରାରେ ବୃଦ୍ଧି।
🔴 (ଘ) ଦାରିଦ୍ର୍ୟ କହିଲେ କ’ଣ ବୁଝ ?
🟢 ଉତ୍ତର:
ଜଣେ ବ୍ୟକ୍ତି ନିଜର ମୌଳିକ ଆବଶ୍ୟକତା ଯଥା: ସର୍ବନିମ୍ନ ଖାଦ୍ୟ, ବସ୍ତ୍ର, ବାସଗୃହ, ଶିକ୍ଷା ଓ ସ୍ୱାସ୍ଥ୍ୟସେବା ପୂରଣ କରିବାରେ ଅସମର୍ଥ ହେବା ସ୍ଥିତିକୁ ଦାରିଦ୍ର୍ୟ କୁହାଯାଏ।
୨. ପାର୍ଥକ୍ୟ ଦର୍ଶାଅ :
🔴 (କ) ଚରମ ଦାରିଦ୍ର୍ୟ ଓ ଆପେକ୍ଷିକ ଦାରିଦ୍ର୍ୟ।
🟢 ଉତ୍ତର:
- ଚରମ ଦାରିଦ୍ର୍ୟ: ଜୀବନ ଧାରଣ ପାଇଁ ସର୍ବନିମ୍ନ ମୌଳିକ ଆବଶ୍ୟକତା (ଖାଦ୍ୟ, ବସ୍ତ୍ର, ବାସଗୃହ) ପୂରଣ କରିନପାରିବା ସ୍ଥିତି, ଯାହା ଦାରିଦ୍ର୍ୟ ସୀମାରେଖା (BPL) ତଳେ ଥାଏ।
- ଆପେକ୍ଷିକ ଦାରିଦ୍ର୍ୟ: ବିଭିନ୍ନ ବ୍ୟକ୍ତି, ଶ୍ରେଣୀ ବା ଦେଶ ମଧ୍ୟରେ ଆୟର ବୈଷମ୍ୟ ବା ଅସମାନତାକୁ ବୁଝାଏ।
🔴 (ଖ) ଗ୍ରାମାଞ୍ଚଳ କ୍ୟାଲୋରୀ ଆବଶ୍ୟକତା ଓ ସହରାଞ୍ଚଳ କ୍ୟାଲୋରୀ ଆବଶ୍ୟକତା।
🟢 ଉତ୍ତର:
- ଗ୍ରାମାଞ୍ଚଳ କ୍ୟାଲୋରୀ ଆବଶ୍ୟକତା: ଗ୍ରାମାଞ୍ଚଳର ଲୋକମାନେ ଅଧିକ ଶାରୀରିକ ପରିଶ୍ରମ କରୁଥିବାରୁ ଜଣଙ୍କ ପାଇଁ ଦୈନିକ ୨୪୦୦ କ୍ୟାଲୋରୀ ଆବଶ୍ୟକ ହୋଇଥାଏ।
- ସହରାଞ୍ଚଳ କ୍ୟାଲୋରୀ ଆବଶ୍ୟକତା: ସହରାଞ୍ଚଳର ଲୋକମାନେ ଅପେକ୍ଷାକୃତ କମ୍ ଶାରୀରିକ ପରିଶ୍ରମ କରୁଥିବାରୁ ଜଣଙ୍କ ପାଇଁ ଦୈନିକ ୨୧୦୦ କ୍ୟାଲୋରୀ ଆବଶ୍ୟକ ହୋଇଥାଏ।
🔴 (ଗ) ଗ୍ରାମାଞ୍ଚଳ ମୁଣ୍ଡପିଛା ଆୟ ଓ ସହରାଞ୍ଚଳ ମୁଣ୍ଡପିଛା ଆୟ।
🟢 ଉତ୍ତର:
- ଗ୍ରାମାଞ୍ଚଳ ମୁଣ୍ଡପିଛା ଆୟ: କୃଷି ଉପରେ ଅଧିକ ନିର୍ଭରଶୀଳତା, ଋତୁକାଳୀନ କାର୍ଯ୍ୟ ଓ କମ୍ ସୁଯୋଗ ଯୋଗୁ ଅପେକ୍ଷାକୃତ କମ୍ ଥାଏ।
- ସହରାଞ୍ଚଳ ମୁଣ୍ଡପିଛା ଆୟ: ଶିଳ୍ପ, ବ୍ୟବସାୟ, ଚାକିରି ଓ ସେବା କ୍ଷେତ୍ର ଯୋଗୁ ଗ୍ରାମାଞ୍ଚଳ ତୁଳନାରେ ଅଧିକ ଥାଏ।
୩. ସଂକ୍ଷିପ୍ତ ଟିପ୍ପଣୀ ଲେଖ :
🔴 (କ) ଦାରିଦ୍ର୍ୟ ସୀମାରେଖା (BPL)
🟢 ଉତ୍ତର:
ଜୀବନଧାରଣର ସର୍ବନିମ୍ନ ମୌଳିକ ସୁବିଧା, କ୍ୟାଲୋରୀ (ଗ୍ରାମାଞ୍ଚଳ ୨୪୦୦ କ୍ୟାଲୋରୀ, ସହରାଞ୍ଚଳ ୨୧୦୦ କ୍ୟାଲୋରୀ) ଓ ମାସିକ/ଦୈନିକ ବ୍ୟୟ ଆଧାରରେ ଧାର୍ଯ୍ୟ କରାଯାଇଥିବା ଏକ କାଳ୍ପନିକ ସୀମାରେଖା; ଏହାର ତଳେ ଥିବା ଲୋକଙ୍କୁ BPL କୁହାଯାଏ।
🔴 (ଖ) ସ୍ୱଳ୍ପ ଉତ୍ପାଦନଶୀଳତା
🟢 ଉତ୍ତର:
କୃଷି ଓ ଅନ୍ୟାନ୍ୟ କ୍ଷେତ୍ରରେ ପୁରୁଣାକାଳିଆ ଯନ୍ତ୍ରପାତି, ଉନ୍ନତ ବିହନ ଓ ପୁଞ୍ଜିର ଅଭାବ ଯୋଗୁ ହେକ୍ଟର ବା ଶ୍ରମିକ ପିଛା ଉତ୍ପାଦନ ଅନ୍ୟ ଦେଶ ତୁଳନାରେ କମ୍ ହେବା ସ୍ଥିତି।
🔴 (ଗ) ସହରାଞ୍ଛଳ ଦରିଦ୍ର
🟢 ଉତ୍ତର:
ଜୀବିକା ପାଇଁ ଗାଁ ଛାଡ଼ି ସହରକୁ ଆସି ବସ୍ତି, ଚାଳଘର ବା ରାସ୍ତାକଡ଼ରେ ରହି ବିଲ୍ଡିଂ ନିର୍ମାଣ, ଡ୍ରାଇଭିଂ, ଠେଲାଗାଡ଼ି, ଧାବା ବା ଛୋଟମୋଟ ଦୋକାନରେ କମ୍ ମଜୁରୀରେ କାମ କରୁଥିବା ଶ୍ରମିକଶ୍ରେଣୀ।
୪. ଶୂନ୍ୟସ୍ଥାନ ପୂରଣ କର :
🔴 (କ) ଜଣେ ଗ୍ରାମାଞ୍ଛଳରେ ରହୁଥିବା ବ୍ୟକ୍ତିର ଦୈନିକ …….. ପରିମାଣର ଖାଦ୍ୟସାର ଆବଶ୍ୟକ ।
🟢 ଉତ୍ତର:
୨୪୦୦ କ୍ୟାଲୋରୀ
🔴 (ଖ) ୧୯୯୧-୯୨ ମସିହାରେ ଦେଶରେ ପରିବାର ପିଛା ହାରାହାରି ଜମିର ପରିମାଣ …….. ହେକ୍ଟର ।
🟢 ଉତ୍ତର:
୧.୪୨
🔴 (ଗ) ଷଷ୍ଠ ପଞ୍ଚବାର୍ଷିକ ଯୋଜନା …….. ମସିହାରେ ଆରମ୍ଭ ହୋଇଥିଲା ।
🟢 ଉତ୍ତର:
୧୯୮୦

BSE Odisha 10th Class Odia (MIL) Book Solutions |
BSE Odisha 10th Class English Book Solutions |
BSE Odisha 10th Class Hindi Book Solutions |
BSE Odisha 10th Class Mathmethes Book Solutions |
BSE Odisha 10th Class Geography Book Solutions |
Pingback: BSE Odisha 10th Class Geography Book Solutions pdf download