BSE Odisha 10th Class Geography Economy Book Solutions Chapter-2.4 ଚତୁର୍ଥ ପାଠ: ବେକାରୀ Question and Answers 🔴🟢 |

Odisha State Board BSE Odisha 10th Class Geography Book Solutions, Economy Book Solutions Chapter-2.4 ଚତୁର୍ଥ ପାଠ: ବେକାରୀ Exercise, Questions and Answers |

BSE Odisha 10th Class Geography Book Solutions Economy Book Solutions Chapter-2.4 ଚତୁର୍ଥ ପାଠ: ବେକାରୀ question and Answers |

BSE Odisha Class 10th Geography Economy Solutions Chapter-2.4 ଚତୁର୍ଥ ପାଠ: ବେକାରୀ |

ଅର୍ଥନୀତି :ଦ୍ଵିତୀୟ ଅଧ୍ୟାୟ-ଅର୍ଥନୈତିକ ବ୍ୟବସ୍ଥା |

ଚତୁର୍ଥ ପାଠ: ବେକାରୀ |

ଦଶମ ଶ୍ରେଣୀ ଅର୍ଥନୀତି — ଦ୍ୱିତୀୟ ଅଧ୍ୟାୟ: ଅର୍ଥନୈତିକ ବ୍ୟବସ୍ଥା (ଚତୁର୍ଥ ପାଠ: ବେକାରୀ / Unemployment) |


୧. ନିମ୍ନଲିଖିତ ପ୍ରଶ୍ନଗୁଡ଼ିକର ଉତ୍ତର ଦିଅ :

🔴 (କ) ଆମ ଦେଶରେ ବେକାରୀ ସମସ୍ୟାର କାରଣ ଗୁଡ଼ିକ କ’ଣ ?
🟢 ଉତ୍ତର:
(୧) ଜନସଂଖ୍ୟାର ଦ୍ରୁତ ବୃଦ୍ଧି।
(୨) ଶିଳ୍ପ ଓ ସେବା କ୍ଷେତ୍ରରେ ଆବଶ୍ୟକ ମୁତାବକ ନିଯୁକ୍ତି ସୁଯୋଗ ସୃଷ୍ଟି ନହେବା।
(୩) ଧନ୍ଦାମୂଳକ ଶିକ୍ଷା ବଦଳରେ କେବଳ ସାଧାରଣ ଶିକ୍ଷାର ପ୍ରସାର।
(୪) କୃଷିର ଋତୁକାଳୀନ ପ୍ରକୃତି ଓ ବିକଳ୍ପ ରୋଜଗାର ସୁଯୋଗର ଅଭାବ।


🔴 (ଖ) ସହରାଞ୍ଛଳ ଠାରୁ ଗ୍ରାମାଞ୍ଛଳରେ ବେକାରୀ ସଂଖ୍ୟା ଅଧିକ କାହିଁକି ?
🟢 ଉତ୍ତର:
ଗ୍ରାମାଞ୍ଛଳର କୃଷିକାର୍ଯ୍ୟ ବର୍ଷର କେତେକ ମାସ ମଧ୍ୟରେ ସୀମାବଦ୍ଧ ଥାଏ ଏବଂ ଅଣ-କୃଷି ନିଯୁକ୍ତିର ବିକଳ୍ପ ସୁଯୋଗ ନଥିବାରୁ ଗ୍ରାମାଞ୍ଛଳରେ ଋତୁକାଳୀନ ଓ ପ୍ରଚ୍ଛନ୍ନ ବେକାରୀ ସଂଖ୍ୟା ଅଧିକ।


🔴 (ଗ) ବେକାରୀ ଦୂରୀକରଣ ପାଇଁ କି’ କି’ କାର୍ଯ୍ୟକ୍ରମ ଗ୍ରହଣ କରାଯାଇଛି ?
🟢 ଉତ୍ତର:
MGNREGA (ମାହାତ୍ମା ଗାନ୍ଧୀ ଜାତୀୟ ଗ୍ରାମୀଣ ନିଶ୍ଚିତ ନିଯୁକ୍ତି ଯୋଜନା), PMRY (ପ୍ରଧାନମନ୍ତ୍ରୀ ରୋଜଗାର ଯୋଜନା), NRY, TRYSSEM, SEPUP, SEEUY, JRY, EAS, ଏବଂ ସ୍କିଲ୍ ଡେଭେଲପ୍‌ମେଣ୍ଟ (ଦକ୍ଷତା ବିକାଶ) କାର୍ଯ୍ୟକ୍ରମ।


🔴 (ଘ) ବିଭିନ୍ନ ପ୍ରକାର ବେକାରୀ ସମ୍ପର୍କରେ ସୂଚନା ପ୍ରଦାନ କର।
🟢 ଉତ୍ତର:
(୧) ଋତୁକାଳୀନ ବେକାରୀ: ଚାଷ କାର୍ଯ୍ୟ ବ୍ୟତୀତ ବର୍ଷର ଅନ୍ୟ ସମୟରେ କାମ ନପାଇବା।
(୨) ପ୍ରଚ୍ଛନ୍ନ ବେକାରୀ: ଆବଶ୍ୟକତାଠାରୁ ଅଧିକ ଶ୍ରମିକ ନିୟୋଜିତ ହେବା।
(୩) ସଂଘାତଜନିତ ବେକାରୀ: ଗୋଟିଏ ଚାକିରି ଛାଡ଼ି ଅନ୍ୟ ଚାକିରି ପାଇବା ମଧ୍ୟବର୍ତ୍ତୀ ସମୟରେ ଅସ୍ଥାୟୀ ଭାବେ ସୃଷ୍ଟ ବେକାରୀ।
(୪) ସଂସ୍ଥାନୀୟ ବେକାରୀ: ଆର୍ଥିକ ଢାଞ୍ଚାର ପରିବର୍ତ୍ତନ ଯୋଗୁ ସୃଷ୍ଟ ବେକାରୀ।
(୫) ପ୍ରାବିଧିକ ବେକାରୀ: ଆଧୁନିକ କମ୍ପ୍ୟୁଟର ଓ ଯନ୍ତ୍ରପାତି ବ୍ୟବହାର ଯୋଗୁ ଶ୍ରମିକ ନିଯୁକ୍ତି ହରାଇବା।


୨. ପାର୍ଥକ୍ୟ ଦର୍ଶାଅ :

🔴 (କ) ବେକାରୀ ଓ ଅର୍ଦ୍ଧବେକାରୀ।
🟢 ଉତ୍ତର:

  • ବେକାରୀ: ଜଣେ କାର୍ଯ୍ୟକ୍ଷମ ବ୍ୟକ୍ତି କୌଣସି ପ୍ରକାର ରୋଜଗାର ବା କାମ ନପାଇବା ସ୍ଥିତି।
  • ଅର୍ଦ୍ଧବେକାରୀ: ଜଣେ ବ୍ୟକ୍ତି କେତେକ ଦିନ କାମ ପାଇ ଅନ୍ୟ ଦିନଗୁଡ଼ିକରେ କାମ ନପାଇବା ବା ଯୋଗ୍ୟତା ତୁଳନାରେ କମ୍ କାମ କରିବା।

🔴 (ଖ) ଋତୁକାଳୀନ ବେକାରୀ ଓ ସଂସ୍ଥାନୀୟ ବେକାରୀ।
🟢 ଉତ୍ତର:

  • ଋତୁକାଳୀନ ବେକାରୀ: କୃଷି ବା ନିର୍ଦ୍ଧିଷ୍ଟ ଋତୁ ଉପରେ ନିର୍ଭରଶୀଳ କାମ ବନ୍ଦ ହେଲେ ସୃଷ୍ଟି ହୁଏ।
  • ସଂସ୍ଥାନୀୟ ବେକାରୀ: ଦେଶର ଶିଳ୍ପ ବା ଆର୍ଥିକ ଢାଞ୍ଚାରେ ଦୀର୍ଘମିଆଦୀ ପରିବର୍ତ୍ତନ ଯୋଗୁ ସୃଷ୍ଟି ହୁଏ।

🔴 (ଗ) ସଂଘାତ ଜନିତ ବେକାରୀ ଓ ପ୍ରାବିଧିକ ବେକାରୀ।
🟢 ଉତ୍ତର:

  • ସଂଘାତ ଜନିତ ବେକାରୀ: ଗୋଟିଏ ଚାକିରି ଛାଡ଼ି ଅନ୍ୟ ଚାକିରି ପାଇବା ମଧ୍ୟବର୍ତ୍ତୀ ସମୟରେ ଅସ୍ଥାୟୀ ଭାବେ ସୃଷ୍ଟ ବେକାରୀ।
  • ପ୍ରାବିଧିକ ବେକାରୀ: ନୂତନ ଜ୍ଞାନକୌଶଳ, କମ୍ପ୍ୟୁଟର ବା ଅଟୋମେସନ୍ ବ୍ୟବହାର ଯୋଗୁ ପୁରୁଣା ଶ୍ରମିକ ସ୍ଥାନଚ୍ୟୁତ ହେବା।

୩. ସଂକ୍ଷିପ୍ତ ଟିପ୍ପଣୀ ଲେଖ :

🔴 (କ) ପ୍ରଚ୍ଛନ୍ନ ବେକାରୀ
🟢 ଉତ୍ତର:
ଯେତେବେଳେ ଗୋଟିଏ କାର୍ଯ୍ୟରେ ଆବଶ୍ୟକତାଠାରୁ ଅଧିକ ଶ୍ରମିକ ନିୟୋଜିତ ଥାଆନ୍ତି ଏବଂ ସେମାନଙ୍କ ମଧ୍ୟରୁ କେତେକଙ୍କୁ ବାହାର କରିଦେଲେ ମଧ୍ୟ ମୋଟ ଉତ୍ପାଦନରେ କୌଣସି ହ୍ରାସ ଘଟେ ନାହିଁ, ତାହାକୁ ପ୍ରଚ୍ଛନ୍ନ ବେକାରୀ (Disguised Unemployment) କୁହାଯାଏ। ଭାରତୀୟ କୃଷିରେ ଏହା ବ୍ୟାପକ ଭାବେ ଦେଖାଯାଏ।


🔴 (ଖ) ବେକାରୀ ଦୂରୀକରଣ କାର୍ଯ୍ୟକ୍ରମ
🟢 ଉତ୍ତର:
ଦେଶରୁ ବେକାରୀ ହ୍ରାସ କରିବା ପାଇଁ ସରକାର ପ୍ରବର୍ତ୍ତନ କରିଥିବା ମନରେଗା (MGNREGA), ପ୍ରଧାନମନ୍ତ୍ରୀ ରୋଜଗାର ଯୋଜନା (PMRY), ସ୍ୱର୍ଣ୍ଣଜୟନ୍ତୀ ଗ୍ରାମ ସ୍ୱରୋଜଗାର ଯୋଜନା, NRY, TRYSSEM, SEPUP, SEEUY, JRY, EAS, ଏବଂ ଜାତୀୟ ଦକ୍ଷତା ବିକାଶ ମିଶନ (Skill Development) ଭଳି ଯୋଜନାଗୁଡ଼ିକ ଅନ୍ତର୍ଭୁକ୍ତ।


🔴 (ଗ) ପ୍ରାବିଧିକ ବେକାରୀ
🟢 ଉତ୍ତର:
ଉତ୍ପାଦନ ପ୍ରକ୍ରିୟାରେ ଆଧୁନିକ ଜ୍ଞାନକୌଶଳ, କମ୍ପ୍ୟୁଟର ଓ ସ୍ୱୟଂଚାଳିତ ଯନ୍ତ୍ରପାତିର ବ୍ୟବହାର ଯୋଗୁ ଶ୍ରମିକମାନେ ନିଯୁକ୍ତି ହରାଇ ବେକାର ହେବା ସ୍ଥିତିକୁ ପ୍ରାବିଧିକ ବେକାରୀ କୁହାଯାଏ।


Question 4 – ଶୂନ୍ୟସ୍ଥାନ ପୂରଣ କର।

🔴 (କ) ଆମ ଦେଶରେ —- ମସିହାରେ ପ୍ରଥମ ପଞ୍ଚବାର୍ଷିକ ଯୋଜନା ଆରମ୍ଭ ହୋଇଥିଲା।

🟢 ଉତ୍ତର: ୧୯୫୧ ମସିହାରେ।

🔴 (ଖ) ୨୦୧୧ ମସିହା ଜନଗଣନା ଅନୁଯାୟୀ ଦେଶରେ ମହିଳା ଶ୍ରମିକଙ୍କ ସଂଖ୍ୟା —- ପ୍ରତିଶତ ଥିଲା।

🟢 ଉତ୍ତର: ୨୫.୬ ପ୍ରତିଶତ।

🔴 (ଗ) ଆବଶ୍ୟକତା ଠାରୁ ଅଧିକ ଶ୍ରମିକ ନିୟୋଜନକୁ —- ବେକାରୀ କୁହାଯାଏ।

🟢 ଉତ୍ତର: ପ୍ରଚ୍ଛନ୍ନ ବେକାରୀ।

BSE Odisha 10th Class Odia (MIL) Book Solutions |

BSE Odisha 10th Class English Book Solutions |

BSE Odisha 10th Class Hindi Book Solutions |

BSE Odisha 10th Class Mathmethes Book Solutions |

BSE Odisha 10th Class Geography Book Solutions |

BSE Odisha 10th Class History Book Solutions |

BSE Odisha 10th Class Science Book Solutions |

1 thought on “BSE Odisha 10th Class Geography Economy Book Solutions Chapter-2.4 ଚତୁର୍ଥ ପାଠ: ବେକାରୀ Question and Answers 🔴🟢 |”

  1. Pingback: BSE Odisha 10th Class Geography Book Solutions pdf download

Leave a Comment

Your email address will not be published. Required fields are marked *

Scroll to Top